ମାଲକାନଗିରି: ବିଜାପୁର ଜିଲ୍ଲାରେ ଥମୁନି ମାଓ ହିଂସା। ପୁଣି ବିକାଶମୂଳକ କାର୍ଯ୍ୟକୁ ବିରୋଧ। ବିଭିନ୍ନ ଉନ୍ନୟନମୂଳକ କାମକୁ ବିରୋଧ କରି ଜେସିବି ଜାଳିଦେଲେ ନକ୍ସଲ। ଛତିଶଗଡ ବିଜାପୁର ଜିଲ୍ଲା ପାମେଡ୍ ଅଞ୍ଚଳରେ ଘଟିଛି ଏହି ଘଟଣା।
ପାମେଡ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ଦୁଇଜଣ କର୍ମଚାରୀ ଗୋଟିଏ ଜେସିବି ସାହାଯ୍ୟରେ ପଥର ଖନନ କାମ କରୁଥିଲେ। ଗତକାଲି ସନ୍ଧ୍ୟା ବେଳେ କିଛି ସଶସ୍ତ୍ର ମାଓବାଦୀ ସେଠାରେ ପହଞ୍ଚି ହେଲ୍ପର ଏବଂ ଅପରେଟରଙ୍କୁ ଧମକ ଦେବା ସହିତ ସମ୍ପୁର୍ଣ୍ଣ ଜାଳି ଦେଇଛନ୍ତି। ଏନେଇ ଦୁଇଜଣ କର୍ମଚାରୀ ପାମେଡ୍ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଗତ ଦୁଇ ଦିନ ତଳେ ଫରସେଗଡ ଥାନା ନିକଟସ୍ଥ ଗାଁ ରେ ୬ ଟି ଗାଡ଼ି ପୋଡିଥିଲେ। ଗୋଟେ ରାସ୍ତା ନିର୍ମାଣ କାମରେ ନିୟୋଜିତ ହୋଇଥିଲା ଟ୍ରାକ୍ଟର ଓ ଜେସିବି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0