spot_img

ପୂର୍ବ ଲଦାଖରେ ଚାଇନାର ଦାଦାଗିରି

ଚାଇନା: ଚାଇନାର ଦାଦାଗିରି । ପୂର୍ବ ଲଦାଖର ଏଲଏସିରେ ଭାରତ ଚାଇନା ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଚାଇନା ଜାଣି ଶୁଣି ଏଠାରେ ଲଗାତାର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଏହାକୁ ନେଇ ଭାରତ ଚିନ୍ତା ବଢିବାରେ ଲାଗିଛି । ଚାଇନା କାରାକୋରମ ପର୍ଯ୍ୟନ୍ତ ଶ୍ରଘ୍ର ପହଞ୍ଚିବା ପାଇଁ ଏକ ସଡକ ନିର୍ମାଣ କାର୍ଯ୍ୟ ଜୋରସୋର ଜାରି ରଖିଛି । ଏହାର ଚୌହା ୮ରୁ ୧୦ ମିଟର ବୋଲି କୁହାଯାଉଚି । ଭାରତ ଚାଇନା ମଧ୍ୟରେ ୩,୪୮୮ କିଲୋମିଟର ଲମ୍ବ ଏଲଏସି ରହିଛି । ସେଥିମଧ୍ୟରୁ ଲଦାଖଠାରେ ଥିବା ୫୯୭ କିଲୋମିଟର ଲମ୍ବ ଏଲଏସିରେ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି । ଭାରତୀୟ ସେନାଙ୍କ ସହିତ ଅଧିକ ସମୟ ଧରି ଯୁଦ୍ଧ କରିପାରିବା ଲାଗି ଚାଇନା ନିଜର ଦାଦାଗିରି ଦେଖାଇ ଏଠାରେ ଜାଣିଶୁଣି ଯୁଦ୍ଧ ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଯୁଦ୍ଧ ଉପୁଜିବା ସ୍ଥିତିରେ ଚାଇଡ଼ା ଏହାର ସୈନ୍ୟ ବାହିନୀଙ୍କୁ ଆବଶ୍ୟକ ସହାୟତା ଏହି ସଡକ ବାଟେ ସହଜରେ ଯୋଗାଇ ପାରିବ । ଚାଇଡ଼ାର ଏଭଳି କାର୍ଯ୍ୟ ନେଇ ଅନ୍ତର୍ଜାତୀୟସତ୍ରରେ ଚିନ୍ତା ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular