କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଦ୍ରୋହୀ ନେତାଙ୍କୁ ନେଇ ଶେଷରେ ମୁହଁ ଖୋଲିଲେ । ତାଙ୍କ କହିବା ଅନୁସାରେ, ଭଲ ହେଇଛି ଏଭଳି ନେତା ଆପେ ଆପେ ଦଳରୁ ବାହାରି ଯାଇଛନ୍ତି। ମମତାଙ୍କ ତୃଣମୂଳ କଂଗ୍ରେସରୁ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସହ ବନଶ୍ରୀ ମାଇତୀ, ଶୀଳଭଦ୍ର ଦତ୍ତ ଓ ଆଉ କିଛି ନେତା ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଦଳରୁ ନେତାଙ୍କ ପଳାୟନ ପରେ ମମତା ତାଙ୍କ ବାସଭବନରେ କିଛି ବଛାବଛା ନେତାଙ୍କୁ ନେଇ ଦଳର ସ୍ଥିତି ସମୀକ୍ଷା କରିବା ଅବସରରେ ଏପରି କହିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0