ଭଦ୍ରକ: ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡ଼ ବାଡ଼କୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଡ୍ରାଇଭରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଖବର ଅନୁଯାୟୀ, ପାର୍ଶଲ ଟ୍ରକଟି ଆନ୍ଧ୍ରରୁ କୋଲକାତା ଅଭିମୁଖେ ଯାଉଥିଲା । କିନ୍ତୁ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲା । ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼ବାଡ଼ରେ ପିଟି ହୋଇଯାଇଥିଲା । ଯାହାଫଳରେ ଡ୍ରାଇଭର ଜଣଙ୍କ କେବିନ୍ ଭିତରେ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଟ୍ରକର କେବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ଡ୍ରାଇଭର ଜଣକ ସୁସ୍ଥ ଥିବା ସୂଚନା ମିଳିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0