ଭୁବନେଶ୍ବର: ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରାୟ ପ୍ରତିଦିନ ନୂଆ ନୂଆ ଖବର ଆସୁଛି। ଏକ ଭାଇରାଲ ଭିଡିଓକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା କଟକର ପୁରୀ ଘାଟ ଥାନାରେ ଏତଲା ଦେଇଥିବା ବେଳେ ଗତକାଲି ଅନୁଭବ ଏକ ଭାଇରାଲ ଅଡିଓକୁ ନେଇ ଡିଜିପି ଅଭୟଙ୍କ ନିକଟକୁ ଚିଠି ଲେଖିଛନ୍ତି ଓ ଏହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।
ଅନୁଭବ ତାଙ୍କ ଚିଠିରେ ଦେଇଥିବା ସୂଚନା ଅନୁଯାୟୀ, ଏହି ଅଡିଓଟି ମାସେ ଦୁଇ ମାସ ହେଲାଣି ସୋଶାଲ ମିଡିଆ ତଥା ଅନ୍ୟାନ୍ୟ ମିଡିଆରେ ଭାଇରାଲ ହେଉଛି। ଆଉ ଏହା ତାଙ୍କୁ ଭାରି ବିବ୍ରତ କରିଛି। ସମ୍ଭବତଃ ଏହି ଅଡିଓଟି ବର୍ଷା ପ୍ରିୟଦର୍ଶିନୀ, ତାଙ୍କ ବଡ଼ ଭଉଣୀ ବନାନୀ ସାହୁ ଓ ଦେବଯାନୀ ସାହୁ ଗୌଡ଼ଙ୍କ ମଧ୍ୟରେ ଟେଲିଫୋନ୍ରେ ହୋଇଥିବା ବାର୍ତ୍ତାଳପର। ଏହି ଟେଲିଫୋନ୍ ବାର୍ତ୍ତାଳପରେ ବ୍ୟବହାର ହୋଇଥିବା ଭାଷା ଅତି ଅପମାନଜନକ ଓ ଘୃଣ୍ୟ। ଏହି ବାର୍ତ୍ତାଳପରେ ତାଙ୍କ ବିରୋଧରେ ତଥା ତାଙ୍କ ପରିବାର ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ରଚାଯାଉଥିବା ଭଳି ଜଣାପଡ଼ୁଥିବା ଅନୁଭବ ଚିଠିରେ ଉଲ୍ଲେଖ କରିବା ସହିତ ଏହାର ତଦନ୍ତ କରାଇବାକୁ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ପ୍ରକୃତରେ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ପରିବାର ଲୋକଙ୍କ ସ୍ୱର ଅଛି ନା ନାହିଁ, ତା’ର ତଦନ୍ତ କରାଇବାକୁ ସେ ଅନୁରୋଧ କରିଛନ୍ତି।



Visitors Today : 4
Total Visitors : 130445
Total Views : 9891980
Visitors Online Now : 0