ଲାହୋର: ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର । ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର । ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ, ତାହା ଅନୁସନ୍ଧାନ କରିବ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ । ଏ ନେଇ ସିଏଏ ଦେଶର ସର୍ବୋଚ୍ଚ କୋର୍ଟକୁ ଜଣାଇଛି । ଚଳିତ ବର୍ଷ ମେ ୨୨ ତାରିଖରେ ଘଟିଥିବା ବିମାନ ଦୁର୍ଘଟଣା ପରେ କିଛି ପାଇଲଟଙ୍କ ନିକଟରେ ଯୋଗ୍ୟତା ନ ଥିଲେ ମଧ୍ୟ ଫେକ ପ୍ରମାଣପତ୍ର ଦେଇ ବିମାନ ଚଳାଉଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୯୭ ଜଣଙ୍କ ମୃତୁ୍ୟ ହୋଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0