ହରିୟାଣା: ହରିୟାଣାରେ ୨୦୨୧ରେ ଆୟୋଜନ ହେବାକୁ ଯାଉଥିବର ଖେଲେ ଇଣ୍ଡିଆ ୟୁଥ ଗେମ୍ସରେ ୪ଟି ସ୍ୱଦେଶୀ ଖେଳ ସାମିଲ ହେବ । ଏ ନେଇ କେନ୍ଦ୍ର କ୍ରୀଡାମନ୍ତ୍ରଣାଳୟ ଅନୁମୋଦନ ଦେଇଛି । ଗଟକା, କାଲାରିପାୟାଟ୍ଟୁ, ଥାଙ୍ଗା-ଟା ଓ ମାଲ୍ଲାଖମ୍ବାକୁ ଏହି ୟୁଥ୍ ଗେମ୍ସରେ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱଦେଶୀ କ୍ରିଡାର ଏକ ବଳିଷ୍ଠ ପରମ୍ପରା ତଥା ଭାରତରେ ରହିଛି । ତେଣୁ ମନ୍ତ୍ରଣାଳୟ ଏହି କ୍ରିଡାଗୁଡିକର ପ୍ରଚାର ଓ ପ୍ରସାର , ଏହାର ଲୋକପ୍ରିୟତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ବୋଲି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି । ଏହି ପାରମ୍ପରିକ କ୍ରୀଡାର ଉନ୍ନତି ପାଇଁ ଖେଲୋ ଇଣ୍ଡିଆ ଗେମ୍ସ ହିଁ ଶ୍ରେଷ୍ଠ ପ୍ଲାଟଫର୍ମ । ଯୋଗାସନ ମଧ୍ୟ ସମସ୍ତଙ୍କ ଦୃଷ୍ଟଆକର୍ଷଣ କରିବ ବୋଲି ଆଶା କରାଯାଉଛି । ସାମିଲ ହୋଇଥିବା ୪ଟି କ୍ରୀଡାର ଦେଶର ବିଭିନ୍ନ ଅଞ୍ଚଳରେ ବେଶ ଲୋକପ୍ରିୟତା ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0