spot_img

ପାରାଦୀପରେ ନୌସେନା ଜାହାଜ ଓ ଯୁଦ୍ଧ କୌଶଳ ଦେଖିବେ ବିଧାୟକ,ମନ୍ତ୍ରୀ

ଭୁବନେଶ୍ୱର: ପାରାଦୀପରେ ନୌସେନା ଯୁଦ୍ଧ ଜାହାଜ ଓ ଯୁଦ୍ଧ କୌଶଳ ବୁଲି ଦେଖିବେ ମନ୍ତ୍ରୀ, ବିଧାୟକ। ସକାଳୁ ଭୁବନେଶ୍ବରରୁ ବିଧାୟକ ଓ ମନ୍ତ୍ରୀ ମାନେ ସ୍ବତନ୍ତ୍ର ବସ୍ ରେ ପାରାଦୀପ ଯିବେ। ୯ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୁଦ୍ରରେ ନୌସେନାର ଯୁଦ୍ଧ କୌଶଳ ଦେଖିବେ ।

ତେବେ ଏଥିପାଇଁ INS ଜଲସ୍ବ ଓ INS ଶିବାଲିକ୍ ସହ ୩ଟି ଯୁଦ୍ଧ ଜାହାଜ ପ୍ରସ୍ତୁତ ରହିଛି। ନୌଜାହାଜରୁ କିପରି ଯବାନମାନେ ଯୁଦ୍ଧ ସମୟରେ ଶତ୍ରୁଙ୍କୁ ମୁକାବିଲା କରୁଛନ୍ତି ତାର କୌଶଳ ଦେଖାଇବେ। ଯୁଦ୍ଧ ଜାହାଜରୁ ଲଢୁଆ ହେଲିକପଟର୍ କିପରି ଆକାଶ ମାର୍ଗକୁ ଯାଇ ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରୁଛି, ସେହି କୌଶଳ ମଧ୍ୟ ଦେଖିବେ ଜନ ପ୍ରତିନିଧି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ସମୁଦ୍ରରେ ଯୁଦ୍ଧ କୈଶଳ ଦେଖିବେ ମନ୍ତ୍ରୀ ଓ ବିଧାୟକ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular