ମୁମ୍ବାଇ: ଆସନ୍ତା ଫିଲ୍ମ ପାଇଁ ନୂଆ ଲକରେ ନଜର ଆସିଛନ୍ତି କାର୍ତ୍ତିକ ଆର୍ୟ୍ୟନ । ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମରେ କାର୍ତିକ ଅର୍ଜୁନ ପାଠକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମରେ ସେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ୨୦୨୧ରେ ରିଲିଜ୍ ହେବ। କାର୍ତିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମରେ ନିଜର ଫାଷ୍ଟ ଲୁକ ସେୟାର କରିଛନ୍ତି। ଲୁକ୍ ସେୟାର୍ କରି ସେ ଲେଖିଛନ୍ତି, ଅର୍ଜୁନ ପାଠକକୁ ଦେଖନ୍ତୁ ଫଟୋରେ ସେ ନୀଳ ରଙ୍ଗର ଏକ ଫର୍ମାଲ ସୁଟ୍ ପିନ୍ଧିଛନ୍ତି। ତା ସହ ଏକ ଚଷମା ପିନ୍ଧିଛନ୍ତି ଏବଂ କେଶ ଲମ୍ବା ରଖିଛନ୍ତି। ଲମ୍ବା କେଶ କାର୍ତିକଙ୍କୁ ବହୁତ ମାନୁଛି। ତାଙ୍କ ଆଉଟଫିଟରେ ବ୍ୟାଚ ଲାଗିଛି ଏବଂ ସାର୍ଟରେ ନାଲି ରଙ୍ଗ ଛିଟା ପଡିଛି। ଡିସେମ୍ବର ୧୨ ତାରିଖରେ କାର୍ତିକ ଫିଲ୍ମ ସୁଟିଂ ଆରମ୍ଭ କରିଛନ୍ତି। ସୋସିଆଲ ମିଡ଼ିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଇନଷ୍ଟାଗ୍ରାମ ସେ ଲେଖିଥିଲେ, ‘ଶୁରୁ କରେ ଧମାକା ଲେକେ ପ୍ରଭୁ କା ନାମ’



Visitors Today : 1
Total Visitors : 130301
Total Views : 9891804
Visitors Online Now : 0