ଜୟପୁର: ଦୁଇ ବର୍ଷପରେ ଜୟପୁରରେ ଉଡ଼ିବ ଉଡ଼ାଣ । ଏଥିପାଇଁ ରନୱେ ପ୍ରସ୍ତୁତ, ଏୟାର ଟ୍ରାଫିକ ପ୍ରସ୍ତୁତ ହୋଇଛି । ଟରମିନାଲ ବିଲଡ଼ିଂ ସହ ବିମାନ ବନ୍ଦରର ଆନୁସଙ୍ଗିକ ବ୍ୟବସ୍ଥା ସବୁ ସରିଛି । ବିମାନ ବନ୍ଦର ଫିନିସିଙ୍ଗ କାମ ମଧ୍ୟ ସରିଛି । କିନ୍ତୁ ବିମାନ ଚଳାଚଳ ଆରମ୍ଭ ହୋଇପାରୁ ନାହିଁ । ଉଡ଼ାଣରେ ଉଡ଼ିବା ଆଶା ଏକପ୍ରକାର ଆଶାରେ ରହିଯାଇଛି ଯାହାକୁ ନେଇ ଜୟପୁରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଏୟାର ଟ୍ରିପରେ ସିସିଟିଭି ଠାରୁ ଆରମ୍ଭ କରି ଟରମିନାଲ ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି । ସେପଟେ ନିର୍ବାହି ଯନ୍ତ୍ରୀ ଅଧିକାରୀ କହିଛନ୍ତି ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିବା ବେଳେ ଟେଣ୍ଡର କାର୍ଯ୍ୟ ମଧ୍ୟ ସରିଯାଇଛି । ସେପଟେ ଦୁଇବର୍ଷ ମଧ୍ୟରେ ଜୟପୁରବାସୀ ଉଡ଼ାଣରେ ଉଡ଼ିବା ନେଇ ପ୍ରତିଶୃତି ଦିଆଯାଇଛି । ୪୨କୋଟି ଟଙ୍କାର ପ୍ରଜେକ୍ଟ କାମ ଚାଲିଛି । ପୁର୍ବରୁ ୯୦୦ ମିଟର ଜମି ଚିହ୍ନଟ ହୋଇଥିବା ବେଳେ ଏବେ ୨ସି କ୍ୟାଟେଗୋରୀ ରେ , ୧୨ମିଟର ଜମି ଅଧିଗ୍ରହଣ ହୋଇଛି ବୋଲି କହିଛନ୍ତି ନିର୍ବାହୀଯନ୍ତ୍ରୀ ଭାସ୍କର ଚନ୍ଦ୍ର ସାମନ୍ତରାୟ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0