spot_img

ଆଇପିଏଲ ୨୦୨୧ରେ ମଇଦାନକୁ ଫେରିବେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ନିଜର ଆହତ ସମସ୍ୟା ଯୋଗୁଁ ଆହୁରି ୬ ସପ୍ତାହ କ୍ରିକେଟରୁ ଦୂରରେ ରହିବେ । ସେ ଆସନ୍ତା ୨୦୨୧ରେ ହିଁ ଆଇପିଏଲ ମଇଦାନକୁ ଫେରିବେ ବୋଲି ସୂଚନା ମିଳିଛି । ତେବେ ଅକ୍ଟୋବରରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ସମୟରେ ତାଙ୍କ ଜଘଂରେ ଆଘାତ ଲାଗିଥିଲା । ଫଳରେ ସେ ଗୋଟିଏ ବଲ ପକାଇବା ପରେ ପଡିଆ ବାହାରକୁ ଚାଲିଯାଇଥିଲେ । ଅନ୍ୟପଟେ ଆସନ୍ତା ମାସରେ ବାଙ୍ଗାଲୋରର ରଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ନିଜର ରିହାବିଲେଟେଶନ ପୂରଣ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular