ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଗତ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ଏମରଜେନ୍ସିର କହିବାନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୨.୩ । ସକାଳ ୫ଟା ୨ ମିନିଟରେ କିଛି ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ମୃତାହତ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହାପୂର୍ବରୁ ୧୭ ଡିସେମ୍ବରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ଏହା ପ୍ରଭାବ ପକାଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୨ । ତେବେ ଏଥିରେ କେହି ମୃତ୍ୟୁବରଣ କରିନଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0