ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ବାସିନ୍ଦାଙ୍କ ନିମନ୍ତେ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଅନ୍ତର୍ଗତ ‘ସେହତ୍’ ଯୋଜନାର ଶୁଭାରମ୍ଭ କରିଛନ୍ତି। ‘ସୋସିଓ-ଇକୋନୋମିକ୍ ଆଣ୍ଡ୍ କାଷ୍ଟ ସେନସସ’ ୨୦୧୧ ଆଧାରରେ ଏହାଦ୍ୱାରା ୨୧ ଲକ୍ଷ ହିତାଧିକାରୀ ଉପକୃତ ହେବେ। ସେମାନଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଡାକ୍ତରୀ ଚିକିତ୍ସା ଖର୍ଚ୍ଚ ମିଳିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୦ ଲକ୍ଷ ୭୦ ହଜାର କୃଷକ ଉପକୃତ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ମାସରୁ ଜମ୍ମୁ ଓ କଶ୍ମୀରରେ ବିକାଶର ନୂତନ ତରଙ୍ଗ ସୃଷ୍ଟି ହୋଇଛି। ଏଥିସହ ଉପରାଜ୍ୟପାଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ବିକାଶ ନିମନ୍ତେ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। କୋଭିଡ୍-୧୯ ଟିକା ନିମନ୍ତେ ଜମ୍ମୁ ଓ କଶ୍ମୀରରେ ସମସ୍ତ ପ୍ରସ୍ତୁତି ହୋଇଥିବା କଥା ମଧ୍ୟ ସିହ୍ନା କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ ଓ କଶ୍ମୀର ପାଇଁ ଆଜିର ଦିନଟି ଖୁବ ତାତ୍ପର୍ୟ୍ୟପୂର୍ଣ୍ଣ। ଅଟଳବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀର ଦିନକ ପରେ ଏହି ଦିନର ଶୁଭାରମ୍ଭ ହେଉଛି। କଶ୍ମୀର ନିମନ୍ତେ ବାଜପେୟୀଙ୍କ ଭାବାବେଗ ସମ୍ପର୍କରେ ସମସ୍ତେ ଜାଣନ୍ତି। ଏହି ଯୋଜନା ସବୁଆଡ଼େ ଲାଗୁ ହୋଇଛି। ସବୁଆଡ଼େ ଏହି ଯୋଜନା କେବଳ ଗରିବମାନଙ୍କ ନିମନ୍ତେ ଉଦ୍ଦଷ୍ଟ। କିନ୍ତୁ, ଜମ୍ମୁ ଓ କଶ୍ମୀରର ସମସ୍ତ ବ୍ୟକ୍ତି ଏହି ଯୋଜନାରୁ ସୁଫଳ ପାଇବେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0