spot_img

କାର ଡିକିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ କିଆପଣସି ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ନୟନଜୋରୀକୁ ଖସି ପଡିଥିବା କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବସ୍ତା ପୋଲିସ । ଶୁକ୍ରବାର ଅପରାହ୍ନରେ ଇନ୍ଦିରା ଛକ ନିକଟରେ ଏକ ବାଇକକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସି ଯାଇଥିଲା । ପରେ ଖବର ପାଇ ସ୍ଥାନୀୟ ଲୋକେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥାନାକୁ ଖବର ଦେଇଥିଲେ ।

ଖବର ପାଇ ଆମାର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରା  ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ନୟନ ଯୋଡିରୁ କ୍ରେନ୍ ଯୋଗେ ଉଠାଇବା ପରେ ଉକ୍ତ କାରର ପଛପଟ ଡିକିରେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ଏହି କାରରେ ଥିବା ଚାଳକଙ୍କୁ ପୋଲିସ ଖୋଜିବା ବେଳକୁ ସେ ଫେରାର ହୋଇଥିବା ଜଣାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular