ନୂଆଦିଲ୍ଲୀ: ଜାମ୍ମୁୃ କାଶ୍ମୀର ଲୋକଙ୍କୁ ନୂଆବର୍ଷର ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ରାଜ୍ୟରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସରେ ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କାର କଭର ପ୍ରଦାନ କରାଯିବ । ମାଗଣା ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟର ୨୨୯ ସରକାରୀ ଏବଂ ୩୫ ଟି ଘରୋଇ ହସ୍ପିଟାଲକୁ ତାଲିକାଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନୁସାରେ ତାଲିକାଭୁକ୍ତ ହସ୍ପିଟାଲରେ ଲୋକେ ମାଗଣାରେ ଚିକିତ୍ସା କରାଇ ପାରିବେ ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0