ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା । କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବାର ଯୋଜନା ରହିଛି । ଏସମ୍ପର୍କରେ ଦିଲ୍ଲୀ କୋଭିଡ ଟାକ୍ସ ଫୋର୍ସ ସଦସ୍ୟ ମୌଲାନା ଆଜାଦ ମେଡିକାଲ କଲେଜର କମୁ୍ୟନିଟ ମେଡିସନର ନିଦେ୍ର୍ଦଶକ ପ୍ରଫେସର ଡ. ସୁନୀଲ ଗର୍ଗ ସୂଚନା ଦେଇଛନ୍ତି । ସୁବିଧାରେ ଟିକାକରଣ ପାଇଁ ୪୮ ସରକାରୀ ଏବଂ ଶହେ ଝରୋଇ ହସ୍ପିଟାଲରେ ଏକ ହଜାର ବୁଥର ବ୍ୟବସ୍ତା କରାଯାଇଛି । ବୁଥଗୁଡିକ ୬୦୩ କୋଲ୍ଡଚେନ ପଏଣ୍ଟ ସହିତ ସଂଯୁକ୍ତ କରାଯାଇଛି । ଏହା ସହିତ ବିଭିନ୍ନ ମହଲ୍ଳାରେ ମଧ୍ୟ ଟିକାକରଣ ପାଇଁ ବୁଥ ସ୍ତାପନା କରାଯିବାର ଯୋଜନା ରହିଛି । ଏନେଇ ୩୫୦୦ ଲୋକଭ୍କୁ ତାଲିମ ଦିଆଯାଇଛି । ଏଥିରେ ବିଭିନ୍ନ ହସ୍ପିଟାଲର ୬୦୦ ସ୍ୱସ୍ଥ୍ୟକର୍ମୀ ସାମିଲ ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0