spot_img

ସାନ୍ତା ଦେଲେ କରୋନା ଉପହାର ! ୧୫୭ କରୋନା ସଂକ୍ରମିତ

ବେଲଜିୟମ: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା । ବେଲଜିୟମର ଏକ କେୟାର ହୋମରେ ଜଣେ ସାନ୍ତା ଉପହାର ବାଣ୍ଟିବା ପରେ ସେଠାକାର ପ୍ରାୟ ୧୨୧ ଜଣ ଲୋକ ଓ ୩୬ ଜଣ କର୍ମଚାରୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । କେୟାର ହୋମ ଆସିବାର ୩ ଦିନ ପରେ ସାନ୍ତା କ୍ଲଜ କରୋନାରେ ପୀଡିତ ହୋଇଥିବା ଜଣାପଡିଥିଲା । ସେଠାକାର ମେୟର କହିଛନ୍ତି ସାନ୍ତା କେୟାର ହୋମ ଯିବା ସମୟରେ ସମସ୍ତ କୋଭିଡ ନିୟମ ପାଳନ କରିଥିଲେ । ହେଲେ ପରେ କୁହାଯାଉଛି କି ଏଥିରେ କିଛି ବ୍ୟତିକ୍ରମ ଥିଲା । ସେ ଯାହା ହେଉ ଆଗାମୀ ୧୦ ଦିନ କେୟାର ହୋମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମେୟର କହିଛନ୍ତି । ବେଲଜିୟମର ଜଣେ ଭାଇରୋଲୋଜିଷ୍ଟ କହିଛନ୍ତି ସାନ୍ତା କ୍ଲଜ ସହ କେୟାର ହୋମର ଭେଣ୍ଟିଲେଶନ ଠିକ୍ ନ ଥିବାରୁ ଏଠାରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିଗଲା । ସୂଚନା ମୁତାବକ, ୨ ସପ୍ତାହ ପୂର୍ବରୁ ସାନ୍ତା କ୍ଲଜ ନିଜର କେତେ ଜଣ ସାଥିଙ୍କ ସହ ବେଲଜିୟମର ଏଣ୍ଟୱର୍ପରେ ଥିବା କେୟାର ହୋମରେ ପହଞ୍ଚିଥିଲେ । ଏହା ପରେ ଏଠାରେ ଜଣକ ପରେ ଜଣେ କରୋନାରେ ସଂକ୍ରମିତ ହୋଇଥିଲେ । ଆଉ ପରେ ଏଠାକୁ ଆସିଥିବା ସାନ୍ତା ହିଁ ସୁପର ସ୍ପ୍ରେଡର ବୋଲି କୁହାଯାଇଛି । ଏମାନଙ୍କ ମଧ୍ୟରୁ ୨୪-୨୫ ତାରିଖରେ କରୋନାରେ ୫ ଜଣଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular