ଲକ୍ଷ୍ନୌ: ଗାଡିରେ ଜାତି ନାମ ଲେଖିଲେ ଏଣିକି ଲାଗିବ ଜରିମାନା । ବ୍ରାହ୍ମଣ, ଜାଟ୍, ରାଜପୁତ, କ୍ଷତ୍ରୀୟ ଆଦି ଜାତିସୂଚକ ଶବ୍ଦ ଗାଡ଼ିରେ ଲେଖିଲେ ଭାରି ପଡ଼ିବ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି। ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖିଲେ ଗାଡ଼ି ସିଜ୍ ହୋଇପାରେ ବୋଲି ଜଣାପଡ଼ିଛି। ତେବେ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ରାଜ୍ୟ ପରିବହନ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଜାରି କରାଯାଇଛି। ଅଧିକାରୀଙ୍କୁ ଦିଆଯାଇଥିବା ନିର୍ଦେଶ ଅନୁସାରେ ଯେଉଁ ଗାଡ଼ିରେ ଜାତିସୂଚକ ଶବ୍ଦ ଲେଖାଥିବ ସେଗୁଡ଼ିକୁ ଜବତ କରାଯିବ। ଏହା ସହ ଧାରା ୧୭୭ ଅନୁସାରେ ଚାଲାଣ କିମ୍ବା ଗାଡ଼ି ସିଜ୍ ମଧ୍ୟ କରାଯାଇପାରିବ। ରାଜଧାନୀ ଲକ୍ଷ୍ନୌରେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ମୋଟ ୨୫ ଲକ୍ଷ ରହିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0