ଗୌହାଟୀ: ଗୋଟେପଟେ କରୋନା ସଂକଟକୁ ଅନ୍ୟପଟେ ବନ୍ୟା ପରିସ୍ଥିତି । ଆସାମରେ ହୋଇଥିବା ବନ୍ୟା ଆଉ ଦୁଇଟି ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିଛି । ୮୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ୨୬ ଲକ୍ଷରେ ପହଞ୍ଚିଛି । ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୨୬ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ମଙ୍ଗଳବାର ସୁଦ୍ଧା ୨୪ଟି ଜିଲ୍ଲାର ପ୍ରାୟ ୨୪.୧୯ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟା ୨୬ ଲକ୍ଷ ପାର କରିଛି । ଭୂସ୍ଖଳନ ଯୋଗୁଁ ରାଜ୍ୟରେ ୨୬ ଜଣଙ୍କ ଜୀବନ ଯାଇଛି । ପ୍ରଳୟଙ୍କରୀ ବନ୍ୟାରେ ୧୨୦ ପଶୁପକ୍ଷୀଙ୍କ ଜୀବନ ଯାଇଛି । ବନ୍ୟାରେ ବୁଡ଼ି ଯାଇଥିବା କାଜିରଙ୍ଗା ନ୍ୟାଶନାଲ ପାର୍କରୁ ୧୪୭ ଜୀବଜନ୍ତୁୁଙ୍କୁ ଉଦ୍ଧାର କରାଯାଇଛି । ୨୩ ଲକ୍ଷରୁ ଉର୍ଦ୍ଧ୍ୱ ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରାଥମିକ ଭାବେ ୩୪୬ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0