ପୁରୀ: ପୁରୀ ବେଳାଭୂମିରେ ଆଜି ଉଡିବ ବ୍ଲୁ ଫ୍ଲାଗ୍ । ପୁରୀ ସହ ଦେଶର ୮ଟି ବେଳାଭୂମିରେ ବ୍ଲୁ ଫ୍ଲାଗ୍ ଉତ୍ତୋଳନ କରିବେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ପୁରୀ ବେଳାଭୂମିକୁ ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା ପରେ ଆଜି ଅନୁଷ୍ଠାନିକ ଭାବେ ହେବ ବ୍ଲୁ ଫ୍ଲାଗ୍ ଉତ୍ତୋଳନ । ଦିନ ୧୧ଟାରେ ଦେଶର ୮ଟି ବ୍ଲୁ ଫ୍ଲାଗ୍ ବିଚ୍ ରେ ଏହି ଉତ୍ସବ ଏକା ସାଙ୍ଗରେ ଅନୁଷ୍ଠିତ ହେବ । ପୁରୀ ବେଳାଭୂମିକୁ ପ୍ରଦୂଷଣମୁକ୍ତ ପଦକ୍ଷେପ ପାଇଁ ତୃତୀୟ ପୁରସ୍କାର ମିଳିଛି । ପୂର୍ବରୁ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଥିବା ଘୋଷଣା ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0