ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପର୍ୟ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ପାଗରେ ସେପରି କୌଣସି ବଡ଼ଧରଣର ପରିବର୍ତ୍ତିନ ଘଟିବ ନାହିଁ। ତେବେ, ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ଶୀତ ଲହରୀର ପ୍ରଭାବ ଆଜିଠାରୁ କମ ହେବାକୁ ଆରମ୍ଭ କରିବ ଏବଂ ୩୧ ଓ ୧ ତାରିଖରେ ପୁନର୍ବାର ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି। ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ପଡ଼ିବାର ସମ୍ଭାବନା ଅଧିକ ରହିଛି। ସେହିପରି ୩୧ ତାରିଖ ରାତି ଠାରୁ ରାଜ୍ୟର ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବା ସହ ରାତିର ତାପମାତ୍ରାରେ ହ୍ରାସ ପରିଲକ୍ଷିତ। ଏହି ସବୁ ଜିଲ୍ଲାରେ ରାତିର ପାରଦ ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ରାତିର ତାପମାତ୍ରା ୧୩ ଡିଗ୍ରି ରହିବ ବୋଲି କହିଛି ପାଣିପାଗ ବିଭାଗ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0