କୋରାପୁଟ/ଜୟପୁର : ଆଜି ପାକ୍ଷିକ ସମ୍ବାଦପତ୍ର ‘ସବୁବର୍ଗ ଖବର’ର ଦ୍ବିତୀୟ ବାର୍ଷିକ ଉତ୍ସବ ଜୟପୁରସ୍ଥିତ ଋତୁରାଜ କଲ୍ୟାଣ ମଣ୍ଡପରେ ପାଳିତ ହୋଇଛି। ପତ୍ରିକାର ସଂପାଦକ ଚନ୍ଦ୍ରକାନ୍ତ ସୁତାର ସଭାପତିତ୍ବ କରିଥିବାବେଳେ ଓୟୁଜେ ଜିଲ୍ଲା ଶାଖାର ସଭାପତି ରାଜେନ୍ଦ୍ର ଗୌଡ ମଞ୍ଚ ସଂଯୋଜନା କରିଥିଲେ।ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରପତ୍ର ମଧ୍ୟରେ ସାନ ସମ୍ବାଦପତ୍ର ବଡ ସମ୍ବାଦପତ୍ର ବୋଲି କିଛି ଫରକ ନଥାଏ, ଜଗନ୍ନାଥଙ୍କ ଠାରେ ଯେଉଁ ତୁଳସୀପତ୍ର ପୂଜାପାଏ ତାହା ସାନ ତୁଳସୀ କିମ୍ବା ବଡ ତୁଳସୀ ଗଛରୁ ତୋଳାଯାଇ ଆସିଥିଲେ ମଧ୍ୟ ତାହାର କୌଣସିଗୁରୁତ୍ୱ କମିଯାଏନାହିଁ। ଠିକ୍ ସେହିପରି ସମ୍ବାଦପତ୍ରଗୁଡିକ ତୁଳସୀପତ୍ର ସଦୃଶ୍ୟ ବୋଲି ସଂପାଦକ ଚନ୍ଦ୍ରକାନ୍ତ ସୁତାର ମତ ଦେବାସହ ବାର୍ଷିକ ବିବରଣୀ ପାଠ କରିଥିଲେ। ବିବରଣୀ ପାଠ ପରେ ‘ସବୁବର୍ଗ ଖବର’ ତୃତୀୟବର୍ଷର ୧ମ ସଂଖ୍ୟା ଉନ୍ମୋଚନ ହୋଇଥିଲା। ତାର ପରବର୍ତ୍ତୀ ସମୟରେ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅତିଥି ‘ସବୁବର୍ଗ ଖବର’ ସମ୍ବାଦପତ୍ରର ଦୀର୍ଘଜୀବନ କାମନା କରିଥିଲେ।ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ରମାଝୀ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ପୂର୍ବତନ ପୌରଉପାଧ୍ୟକ୍ଷ ସୂର୍ୟ୍ୟନାରାୟଣ ରଥ, କେବିକେ ସମାଚାରର ସଂପାଦକ ବିନୋଦ ମହାପାତ୍ର ପ୍ରମୁଖ ଯୋଗଦେଇ ସୁସ୍ଥ ବିକଶିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0