ଫୋନ ପେରେ ହେବ ଟିକସ ଫାଇଲିଂ । ଫୋନ ପେ ସହିତ ପ୍ରମୁଖ ଅନଲାଇନ ଟ୍ୟାକ୍ସ ଫାଇଲ ପ୍ଲାଟଫର୍ମ ଟ୍ୟାକ୍ସ ଟୁ ୱିନ୍ ସହିତ ସହବନ୍ଧିତ ହୋଇଛି । ଫଳରେ ଫୋନପେର ୨୫ କୋଟି ଉପଭୋକ୍ତାଙ୍କୁ ଟ୍ୟାକ୍ସ ଫାଇଲ କରିବାର ସୁବିଧା ମିଳିପାରିଛି । କହିରଖୁ କି, ଏହି ସହବନ୍ଧିତ ଏଭଳି ଏକ ସମୟରେ କରାଯାଇଛି ଯେ, ଯେତେବେଳେ କି ଭାରତ ସରକାର ଚଳିତ ବର୍ଷ ଡିସେମ୍ବର ୩୧ କୁ ଟ୍ୟାକ୍ସ ରିଟର୍ନ ଫାଇଲିଂ କରିବାର ଶେଷ ତାରିଖ ଭାବେ ସମୟସୀମା ଧାର୍ଯ୍ୟ କରିଛନ୍ତି । ଏ ସମ୍ପର୍କରେ ଫୋନପେ ବରିଷ୍ଠ ଅଧିକାରୀ ଋତୁରାଜ ରୌଟେଲା କହିଛନ୍ତି, ‘ଟ୍ୟାକ୍ସ ଟୁ ୱିନ୍ ସହିତ ଯୋଡି ହୋଇ ଆମେ ବେଶ୍ ଉତ୍ସାହିତ ଅଛୁ । ଏହା ଜରିଆରେ ଆମର ଗ୍ରାହକମାନେ ନିଜ ନିଜ ଫୋନପେ ଆପ୍ ବ୍ୟବହାର କରି ମଧ୍ୟ ସେମାନଙ୍କର ଟ୍ୟାକ୍ସ ଫାଇଲ କରିପାରିବେ ।’



Visitors Today : 3
Total Visitors : 130169
Total Views : 9891615
Visitors Online Now : 0