spot_img

କୃଷକକୁ ଆଶ୍ୱସନା ଦେଲେ ବିଜେପି ବରିଷ୍ଠ ନେତା

ଜୟପୁର : ପ୍ରତ୍ୟେକ କୃଷକ ଭାଇ ଉଭଣୀ ମାନେ ଦେଶର ମେରୁଦଣ୍ଡ ହୋଇଥିବାରୁ କୃଷି ଏବଂ ଚାଷୀର ବିକାଶ କରିବା ସହ ଚାଷୀ କୁ ସଶକ୍ତି କରିବା ଲାଗି କେନ୍ଦ୍ର ସରକାର ପକ୍ଷରୁ ଅନେକ ଯୋଜନା କରାଯାଇଛି । ନୂତନ କୃଷିବିଲ ଚାଷୀଙ୍କ ନିକଟତମ କରିବା ନିମନ୍ତେ ବିଜେପି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି।ଆଜି ଜୟପୁର ଠାରେ କୃଷକ ସମାବେଶ କରାଯାଇଛି । ଯେଉଁଠି ତୁଙ୍ଗ ନେତା ମାନେ ଯୋଗ ଦେଇ ଚାଷୀ କୁ କୃଷି ଆଇନ ବିଷୟ ରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାର ଚାଷୀ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଜୟପୁରରେ କୃଷକ ସମାବେଶ ଆରମ୍ଭ ହୋଇଛି। କେନ୍ଦ୍ରର କୃଷି ବିଲ୍ କୁ ନେଇ ବିରୋଧୀ ଚାଷୀଙ୍କ ମନରେ ଯେଉଁ ଭ୍ରମ ସୃଷ୍ଟି କରୁଛନ୍ତି ତାର କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ମାନେ । କେନ୍ଦ୍ର କୃଷି ବିଲ୍ ରେ ଚାଷୀ ଉତ୍ପାଦିତ ଶସ୍ୟ ର ଉଚିତ୍ ମୂଲ୍ୟ ପାଇବା ସହ ହକ୍ ମଧ୍ୟ ପାଇବା ନେଇ ଉଦବେଦନ ଦେଲେ ନେତା। ଆଜି ର କୃଷି ସମାବେଶ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ , କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା , ବିରୋଧି ଦଳ ରେ ନେତା ପ୍ରଦିପ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରହୀତ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular