ଗଞ୍ଜାମ: ନିଷ୍ଠୁର ହେଲେ ଶାଶୁଘର। ମାଡ଼ ମାରି ବୋହୂର ହାତଗୋଡ଼ ବାନ୍ଧି ଡୋଲିରେ ଫିଙ୍ଗିଦେଲେ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମଙ୍ଗରାଜପୁର ଡାଙ୍ଗିସାହିରେ ଅଭାବନୀୟ ଘଟଣା ଘଟିଛି। ତେବେ ଗୁରୁତର ଅବସ୍ଥାରେ ବୋହୂଙ୍କୁ ଉଦ୍ଧାର କରିଛନ୍ତି ଗାଁଲୋକ । ଗୁରୁତର ଅବସ୍ଥାରେ ବୋହୂଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ ।ଖବର ଅନୁଯାୟୀ, ଗତ ଆଠ ମାସରେ ମହିଳାଙ୍କ ବିବାହ କରିଥିଲା । ସମୟ ସମୟରେ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସିଥାଏ । ଏପରିକି ଶାଶୁ ଘର ଲୋକେ କେତେ ଯେ ନିର୍ଦ୍ଦୟ ଘଟଣାକୁ ଦେଖିଲେ ଜାଣିପାରିବେ । ଆଠ ମାସ ତଳେ ବିବାହ କରିଥିବା ନବବଧୂକୁ ମାଡ଼ ମାରିବା ସହ ବାନ୍ଧି ଘରେ ପକାଇ ଦେଇଛନ୍ତି । ରାତିତମାମ ନବବଧୂଜଣଙ୍କୁ ବାନ୍ଧି ଘରେ ପକାଇଦେଇଥିବାର ଅଭିଯୋଗ ଆସିଛି । ଘଟଣା ସଂପର୍କରେ ବୋହୂଙ୍କ ପରିବାର ଲୋକ ଜାଣିପାପାରିଥିଲେ , ଏବଂ ଉଦ୍ଧାର କରିବା ପାଇଁ ଗାଁ ଲୋକଙ୍କ ସହ ମିଶି ନବବଧୂଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଘଟଣାରେ ପୋଲିସ ଛାନ୍ଭିନ୍ ଜାରି ରଖିଥିବା ବେଳେ ୨ଜଣଙ୍କ ଅଟକ ରଖିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0