spot_img

ବାବା ଆର୍ତ୍ତତ୍ରାଣ ନାଁରେ ଅଭିଯୋଗ

ଭୁବନେଶ୍ୱର: ଫୋନ୍ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ଅଡୁଆରେ ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣଙ୍କ। ଚନ୍ଦ୍ରଶେଖରପୁର ଥାନାରେ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ ହୋଇଛି । ତପନ ହରିଚନ୍ଦନ ନାମକ ହାଇକୋର୍ଟର ଜଣେ ଆଇନଜୀବୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ କହିଛନ୍ତି, କରୋନା ସଂକ୍ରମଣରେ ସାରା ଦେଶ ଏବେ ସଂକଟ ସ୍ଥିତିରେ । ରାଜ୍ୟରେ ମଧ୍ୟ କରୋନା ସ୍ଥିତି ଜାରି ରହିଛି । ଏପରି ସମୟରେ ଝଡାଫୁଙ୍କାରେ କରୋନା ଭଲ କରି ଦେବାକୁ ଆର୍ତ୍ତତ୍ରାଣ ଦାବି କରି ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ବଢାଉଛନ୍ତି । ଏନେଇ ଆର୍ତ୍ତତ୍ରାଣଙ୍କ ବିରୋଧରେ ଡ୍ରଗସ୍ ଆଣ୍ଡ୍ ମ୍ୟାଜିକ୍ ରିମେଡିଜ୍ ଆକ୍ଟ ତଥା ଆଇପିସି ଧାରାରେ ଦଫା ଲଗାଇବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular