କାମାକ୍ଷାନଗର: ଆଜିଠାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଦୁଇଦିନ ସଟଡାଉନ ରହିବ । ଗତ ୨୦ ତାରିଖରେ ଭୁବନରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ପଜିଟିଭ୍ ବିଭିନ୍ନ ସ୍ଥାନକୁ ଯାଇଥିବା ନେଇ ସୂଚନା ମିଳିବା ପରେ, ସଂକ୍ରମଣ ରୋକିବା ପାଇଁ ଜିଲ୍ଲାପାଳ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ସେମାନେ ବିଭିନ୍ନ ଦୋକାନ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପକୁ ଯାଇଥିବାରୁ ପ୍ରଶାସନ ତରଫରୁ ୭ଟି ଦୋକାନ, ଗୋଟିଏ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି । ଗୁରୁବାର, ଶୁକ୍ରବାର ଦୁଇଦିନ ସଟଡାଉନ ସହ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍ଡାଉନକୁ ନେଇ ଏନଏସିରେ ଲଗାତାର ୪ଦିନ ସଟ୍ଡାଉନ ରହିବ । ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅନ୍ୟ ୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0