ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କାର୍ୟ୍ୟଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ବଡ଼ଚଣା ପକ୍ଷରୁ ବିଜେପି ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ନେତୃତ୍ୱରେ ପ୍ରତିବାଦ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ କରାଯାଇଛି । ଯାହାକି ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଦିନ ତଳେ ଜାରି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ଓ ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଆବାସ ଗୃହ ସମ୍ମୁଖରେ ଏକ ବିଜୁ ପକ୍କା ଘର ନାମରେ ଏକ ପ୍ରଚାର ପତ୍ର ଲଗାଇବା ପ୍ରତିବାଦରେ ବଡ଼ଚଣା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ବ୍ଲକ କାର୍ୟ୍ୟଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଚିଠିକୁ ଚିରିବା ତା ସହ ବଡ଼ଚଣା ଥାନା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପାର୍ଟି ପକ୍ଷରୁ ମୁଖ୍ୟତଃ କୁହାଯାଇଛି ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଚଞ୍ଚକତା ବା ଦୋମୁହାଁ ନୀତିକୁ ଆମ୍ବେ ବିରୋଧ କରିବା ସହିତ ଏହି ଦାବିକୁ ରାଜ୍ୟ ସରକାର ମାନିନିଅନ୍ତୁ, ନ ହେଲେ ଆଗାମୀ ଦିନରେ ଏହା ତୀବ୍ର ରୂପ ନେବା ସହିତ ରାଜ ରାସ୍ତାକୁ ଭାରତୀୟ ଜନତା ପାର୍ଟି ଓଲ୍ଲାଇବ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0