କ୍ରିକେଟ ଇତିହାସରେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ ନାମରେ ଆଉ ଏକ ସଫଳତା ଯୋଡିଛନ୍ତି । କୋହଲିଙ୍କୁ ଆଇସିସିର ସର୍ବଶ୍ରେଷ୍ଠ କ୍ରିକଟେର ଏବଂ ଦଶନ୍ଧିର ଶେଷ୍ଠ ଏକଦିବସୀୟ ଖେଳାଳି ଭାବେ ମନେନେୀତ କରାଯାଇଛି । ଆଇସିସି ପୁରସ୍କାର ପାଇବା ପରେ କୋହଲି ତାଭ୍କ ସଫଳତାର ରହସ୍ୟ ପଅକାଶ କରିଛନ୍ତି । ସେ କହିଛନ୍ତି ଯେ , ସେ ସବୁବେଳେ ବ୍ୟାଯିଂ କରି ଦଳର ବିଜୟରେ ସହାୟତା ଦେବାକୁ ଚାହାନ୍ତି । କୋହଲି ଏଇ ବିବୃତ୍ତିରେ କହିଛନ୍ତି ସର୍ବପ୍ରଥମେ ଏହି ପୁରସ୍କାର ପାଇବା ମୋ ପାଇଁ ଏକ ଗୌରବର ବିଷୟ । ମୋ ହୃଦୟର ନିକଟତ୍ତମ ମୁହୂର୍ତ୍ତ ନିଶ୍ଚିତ ଭାବରେ ୨୦୨୧ରେ ବିଶ୍ୱକପ, ୨୦୧୩ରେ ଚାମ୍ପିଅନ ଟ୍ରଫି, ଏବଂ ୨୦୧୮ରେ ଅଷ୍ଟ୍ରେଲିଆ ରେ ସିରିଜ ଜିତିବା । ଆହୁରି ମଧ୍ୟ କହିଛନ୍ତି ପଡିଆରେ ସବୁବେଳେ ହୃଦୟ ଏବଂ ପ୍ରାଣକୁ ପଡିଆରେ ରଖିଛି ଏବଂ ଦଳକୁ ସଠିକ ଦିଗରେ ବୁଝିବାକୁ ଚେଷ୍ଟା କରେ । ବ୍ୟକ୍ତିଗତ ପ୍ରଦର୍ଶନ ଦଳର ଲକ୍ଷ୍ୟ ସହିତ ଜଡିତ । ଏହା ଖେଳାଳୀଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସାହାର୍ଯ୍ୟ କରିଥାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0