ସୁନ୍ଦରଗଡ଼: ଏତେ ନୃଶଂସ ମଣିଷ । ନିଜ ସ୍ତ୍ରୀକୁ ହତ୍ୟା କରି ମାଟି ତଳେ ପୋତିଦେଲା ସୈତାନ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ତଳସରା ଥାନା ସବଡେଗା ଗାଁରେ। ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ରୁହନ୍ତି ଖଏରୁ ନାଏକ ଓ ସ୍ତ୍ରୀ ଶକୁନ୍ତଳା ନାଏକ। ସ୍ତ୍ରୀ ଶକୁନ୍ତଳା ନାଏକ ୩୦ ବର୍ଷ ପୂର୍ବେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ଛାଡି ଖଏରୁ ନାଏକଙ୍କ ପାଖକୁ ଚାଲିଆସିଥିଲେ ଓ ତାଙ୍କୁ ବିବାହ କରିଥିଲେ। ଖଏରୁ ମୂଲ ଲାଗି କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଘରକୁ ଘର ବୁଲି କାମଧନ୍ଦା କରୁଥିଲେ। କିନ୍ତୁ ହଠାତ୍ କୁଆଡେ ନିଖୋଜ ହୋଇଗଲେ। ଶେଷରେ ମୃତ ବସ୍ଥାରେ ମାଟି ତଳୁ ବାହାରିଲା ଶକୁନ୍ତଳାଙ୍କ ଶରୀର। ଗାଁ ଲୋକ ଓ ଶକୁନ୍ତଳାଙ୍କ ଝିଅର ଅଭିଯୋଗ ଅନୁସାରେ, ଖଏରୁ ଆଉ ଜଣେ ମହିଳାଙ୍କ ସହିତ ସମ୍ପର୍କ ରହିଛି। ସେହି ମହିଳାଙ୍କ ସହିତ ମିଶି ଖଏରୁ ସ୍ତ୍ରୀ ଶକୁନ୍ତଳାକୁ ମାରି ଦେଇଛନ୍ତି। ସ୍ତ୍ରୀ କୁ ହତ୍ୟା କରି ନିଜ ଘର ବାଡ଼ିରେ ମାଟି ତଳେ ସ୍ୱାମୀ ପୋତିଦେଇଥିଲା। ଗାଁ ଲୋକେ ସନ୍ଦେହ କରି ହତ୍ୟାକାରୀ ସ୍ୱାମୀକୁ ପଚରାଉଚରା କଲା ପରେ ସେ ଗତ ଶନିବାର ଦିନ ସ୍ତ୍ରୀକୁ ହତ୍ୟା କରିଥିଲା। ପରେ ସ୍ତ୍ରୀକୁ ମାଟିତଳେ ପୋତିଦେଇଥିଲା। ପୋତିବା ପରେ ସେଠାରେ ଗୋଟିଏ କଦଳୀ ଗଛ ଲଗାଇ ଦେଇଥିଲା। ଦୁର୍ଗନ୍ଧ ବାହାରିବା ପରେ ଗାଁ ଲୋକଙ୍କ ସନେ୍ଧହ ବଢିଥିଲା। ନିଖୋଜ ଥିବା ଶକୁନ୍ତଳା କଥା ପଚାରିବାରୁ ଗାଁ ଲୋକଙ୍କ ଆଗରେ ସବୁ ସତ ମାନିଯାଇଥିଲା ହତ୍ୟାକାରୀ ସ୍ୱାମୀ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0