ଢେଙ୍କାନାଳ:ଢେଙ୍କାନାଳ ଜେଲ୍ରେ ଥିବା ଜଣେ ବିଚାରଧୀନ କଏଦୀଙ୍କର ଗତରାତିରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ ବିଚାରଧୀନ କଏଦୀ ହେଲେ ସ୍ଥାନୀୟ ହରିପୁର ଅଞ୍ଚଳର ବ୍ରହ୍ମାନନ୍ଦ ଦେହୁରୀ । ବ୍ରହ୍ମାନନ୍ଦ ଏକ ହତ୍ୟା ମାମଲାର ବିଚାରଧିନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା କାରାଗାରରେ ୨୦୧୩ ମସିହାରୁ ରହିଥିଲେ। ପେଟରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହେବାରୁ ତାଙ୍କୁ ଗତ ରାତିରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0