spot_img

ରାଜକନିକାରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା

ରାଜକନିକା : ରାଜକନିକା ଓଲାଭର ସିଂହପୁର ପେଗରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା । ଦୁର୍ଘଟଣାରେ ରାଜକନିକା ବରପଡ଼ା ଗ୍ରାମର ଜଣେ ପରିବା ବେପାରୀଙ୍କ ମୃତ୍ୟୁ  ହୋଇଛି । ମୃତ ଯୁବକଙ୍କ ନାମ ବିଶ୍ୱାମିତ୍ର ସାମଲ । ବିଶ୍ୱାମିତ୍ର ବାହାରେ ଚାକିରୀ କରୁଥିଲେ । ଲକଡ଼ାଉନ ଯୋଗୁଁ ଚାକିରୀ ଚାଲିଯିବାରୁ ଘରକୁ ଫେରି ଏକ ପରିବା ଦୋକାନ କରି ଚଳୁଥିଲେ । ତେବେ ଆଜି ଚାନ୍ଦବାଲି ଅଞ୍ଚଳରୁ ପରିବା ନେଇ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଦମକଳବାହୀନ ନିକଟସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଟ୍ରକ ଓ ଡ୍ରାଇଭରଙ୍କୁ ଅଟକ ରଖିଛି । ସେପଟେ ବିଶ୍ୱାମିତ୍ରଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular