ନରସିଂହପୁର : କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା କଟକ ଜିଲ୍ଲା ନରସିଂହପୁର ବ୍ଲକ୍ କାକୁଡ଼ିଆ ଗାଁରେ ଆଉ ୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ମଙ୍ଗଳବାର ଗାଁର ୩୬୩ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ଭିତରୁ ୧୮ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନଥିବା କହିଛନ୍ତି ନରସିଂହପୁର ବିଡିଓ। କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଇବା ପାଇଁ ପୁଲିସ୍ ସହ ପ୍ରଶାସନିକ ଟିମ୍ ଏକାଠି ହୋଇଛନ୍ତି। ସେଠାରେ ମଧ୍ୟ ମେଡିକାଲ୍ ଟିମ୍ ୨୪ ଘଣ୍ଟା ଉପସ୍ଥିତ ରହୁଥିବା ବିଡିଓ କହିଛନ୍ତି।
ତେବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନଥିବା କହିଛନ୍ତି ନରସିଂହପୁର ବିଡିଓ। କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଇବା ପାଇଁ ପୁଲିସ୍ ସହ ପ୍ରଶାସନିକ ଟିମ୍ ଏକାଠି ହୋଇଛନ୍ତି। ସେଠାରେ ମଧ୍ୟ ମେଡିକାଲ୍ ଟିମ୍ ୨୪ ଘଣ୍ଟା ଉପସ୍ଥିତ ରହୁଥିବା ବିଡିଓ କହିଛନ୍ତି। ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ଏବେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଯେଉଁମାନଙ୍କ ଭିତରେ କରୋନା ଲକ୍ଷଣ ଅଛି, ସେମାନଙ୍କୁ ପରୀକ୍ଷା କରାଇ ନେବାକୁ କୁହାଯାଉଛି। ସୂଚନାଯୋଗ୍ୟ, କାକୁଡ଼ିଆ ଗାଁରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୨୭ ତାରିଖରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଯାହା ଆଜି ୬ଟା ପର୍ଯ୍ୟନ୍ତ ରହିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0