ମୟୂରଭଞ୍ଜ/କେନ୍ଦୁଝର: ପ୍ରାକୃତିକ ଶୋଭାରାଶି ଓ ଅରୂପ ରୂପ ନିର୍ବାହୀ ଜଳ ରାଶିରେ ପରିପୂର୍ଣ୍ଣ ଭୀମକୁଣ୍ଡ, ଏହି କୁଣ୍ଡ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପଥର ଶର୍ୟ୍ୟରେ ଶୁଭ୍ର ରଙ୍ଗର ବିସ୍ତୀର୍ଣ୍ଣ ଜଳରାଶି ସର୍ବଦା ପର୍ୟ୍ୟଟକଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାଏ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ପଞ୍ଚାୟତ ଘାଟ ବାଲି ଯୋଡ଼ି ଗ୍ରାମରେ ଏହା ଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ସୀମାର ବରିଂ ଗ୍ରାମରେ ବୋହି ଯାଇଛି ବୈତରଣୀ। ଆଉ ଏହି ବୈତରଣୀ ଶର୍ୟ୍ୟାରେ ସୃଷ୍ଟି ହୋଇଛି ଭୀମକୁଣ୍ଡ। ସୌନ୍ଦର୍ୟ୍ୟକୁ ମନଭୋରି ଉପଭୋଗ କରିବା ପାଇଁ ବର୍ଷ ତମାମ୍ ପର୍ୟ୍ୟଟକଙ୍କ ସମାଗମ୍ ଏହିଠାରେ ଦେଖିବାକୁ ମିଳିଥାଏ। କିମ୍ବଦନ୍ତୀ ଅନୁଯାୟୀ ଦ୍ବାପର ଯୁଗରେ ମଧ୍ୟମ ପାଣ୍ଡବ ଭୀମ ଏହି ଜଳ ଧାରରେ ସ୍ନାନ କରିବା ସମୟରେ ଭୀମଙ୍କ ପ୍ରକାଣ୍ଡ ଶରୀରରେ ବୈତରଣୀ ଜଳଧାରା ବାଧାପ୍ରାପ୍ତ ହେବା ସହ ନିମ୍ନଗାମି ହୋଇ ଏକ କୁଣ୍ଡ ସୃଷ୍ଟି ହୋଇଥିଲା। ଯାହା ଏବେ ଭୀମ କୁଣ୍ଡ ନାମରେ ନାମିତ। ପାକୃତିକ ସୌନ୍ଦର୍ୟ୍ୟ ଭରା ଭୀମକୁଣ୍ଡ, ଉଭୟ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସୀମା ନିର୍ଦ୍ଧାରଣ କରୁଥିବା କରୁଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଉନ୍ନତି କରଣ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି। ପର୍ୟ୍ୟଟକ ମାନଙ୍କ ପାଇଁ ଡାକବଙ୍ଗଳା ଭୋଜି ପିଣ୍ଡି ଏଥି ସହିତ ଏଠାରେ ନିର୍ମାଣ ହୋଇଥିବା ଭୀମଙ୍କ ମୂର୍ତ୍ତି । ଆକର୍ଷଣର ଅନ୍ୟ ଏକ କାରଣ ପାଲଟିଛି। ଭୀମକୁଣ୍ଡ ପର୍ୟ୍ୟଟକଙ୍କ ଆକର୍ଷଣ ର ମୁଖ୍ୟ କାରଣ ପାଲଟିଥିବା ବେଳେ ରାଜ୍ୟ ପର୍ୟ୍ୟଟନ ମାନଚିତ୍ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0