ଦେଶରେ ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪୮ ହଜାର ୪୩୯ କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧କୋଟି ୦୨ଲକ୍ଷ ୪୪ ହଜାର ୮୫୨ । ଗତ ୨୪ ଘଣ୍ଟାରେ ୨୦ ହଜାର ୫୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦିନକରେ ୨୮୬ ଜଣଙ୍କର କରୋନାରେ ମୃତୁ୍ୟ ଘଟିଛି । ଆଶ୍ୱାସନାର ବିଷୟ ଦେଶରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇସାରିଲେଣି ୯୮ ଲକ୍ଷ ୩୪ ହଜାର ୧୪୧ ଜଣ । ସେପଟେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ଲକ୍ଷ ୬୨ ହଜାର ୨୭୨ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0