ଆନନ୍ଦପୁର: ବକେୟା ଶୁଳ୍କ ଆଦାୟ ବେଳେ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଆହତ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ଆକ୍ରମଣ ସମୟର ଭାଇରାଲ୍ ଭିଡିଓରେ ଜଣେ କିପରି ନିର୍ବାହୀ ଯନ୍ତ୍ରୀଙ୍କୁ ଏକ କାଠ ଫାଳିଆରେ ମାଡ ମାରୁଛି ତାହା ଦେଖାଯାଉଛି । ଘଟଣାସ୍ଥଳରେ କିଛି ଲୋକ ଥିଲେ ମଧ୍ୟ କାହା କଥା ନମାନି ନିର୍ବାହୀ ଯନ୍ତ୍ରୀଙ୍କ ଡାହାଣ ହାତରେ କାଠ ଫାଳିଆରେ ପ୍ରଚଣ୍ଡ ପ୍ରହାର କରିବା ଫଳରେ ସେ ତଳେ ପଡି ଯାଇ ଚିତ୍କାର କରୁଛନ୍ତି । ହେଲେ,ଏହାପରେ କିଛି ନଶୁଣି ସେହି ଲୋକ ନିର୍ବାହୀ ଯନ୍ତୀଙ୍କ ମୁଣ୍ଡରେ କାଠ ଫାଳିଆରେ ଆଉ ଥରେ ମାଡ ମାରିଛି । କୌଣସି ମତେ ନିର୍ବାହୀ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,ବିଦ୍ୟୁତ୍ ଶୁଳ୍କ ପୈଠ କରି ନଥିବା ଉପଭୋକ୍ତାଙ୍କ ଠାରୁ ଶୁଳ୍କ ଆଦାୟ ତଥା ଶୁଳ୍କ ନଦେଲେ ବିଦ୍ୟୁତ୍ କାଟ କରିବାକୁ ଆଜି ନିଜ ସହକର୍ମୀଙ୍କ ସହ ହାଟଡିହି ବ୍ଲକ ଯାଇଥିଲେ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ । ଅଣାଛକ ନିକଟରେ ଘନଶ୍ୟାମ ମହାପାତ୍ର ୩ବର୍ଷ ହେଲା ବିଦ୍ୟୁତ୍ ଶୁଳ୍କ ଦେଉ ନଥିବାରୁ ତାଙ୍କ ବିଦ୍ୟୁତ୍ କାଟ କରିବାକୁ କହିବାରୁ ଘନଶ୍ୟାମଙ୍କ ପୁଅ ଅନିଲ୍ ମହାପାତ୍ର ଏକ କାଠ ଫାଳିଆରେ ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ଏନେଇ ଯନ୍ତ୍ରୀଙ୍କ ତରଫରୁ ନନ୍ଦିପଦା ଥାନାରେ ଏକ ଏତଲା ଦାୟର କରାଯାଇଛି । ଅଭିଯୁକ୍ତ ଅନିଲ୍ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0