ଭୁବନେଶ୍ୱର : ପୁଣି ହାଇକୋର୍ଟ ଗଲା ଭାରତୀୟ ବିକାଶ ପରିଷଦ । ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍ କେସ୍ ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ମିସ୍ କେସ୍। ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି। ପରୀ ହତ୍ୟା ମାମଲାରେ ସରୋଜ ସେଠୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍ଆଇଟି। ଜେରା ବେଳେ ଏସଆଇଟିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଥିଲା। ପରେ ତଦନ୍ତକାରୀ ଦଳ ତାଙ୍କ ଘରୁ ଏକ ରକ୍ତଲଗା ଗାମୁଛା ଜବତ କରିଥିଲା।
ଏହି ମିସ୍ କେସ୍ରେ ମାମଲାର ସିବିଆଇ ତଦନ୍ତ ଦାବିକୁ ଦୋହରାଇଛି ବିକାଶ ପରିଷଦ। ଏହା ସହିତ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ଡାକ୍ତରୀମାଇନା କରିଥିବା ଦୁଇ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ନିର୍ଦେଶ ଦେବା ଲାଗି ପିଟିଶନରେ ଅନୁରୋଧ କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0