କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଜାରି କରିଛି ପ୍ରଶାସନ । ଏଥିପାଇଁ ବିଶେଷକରି ଦୈତନଗରୀ କଟକଳ ଭୁବନେଶ୍ୱରରେ କଡା ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ । କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ, ପବ, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ସ୍କାନରରେ ରହିବ । ଏହି ସବୁ ସ୍ଥାନରେ ଜିରୋ ନାଇଟ୍କୁ ବ୍ୟାନ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରି ଗହଳି କିମ୍ବା ସେଲିବ୍ରେସନ ନହୁଏ ତା’ ଉପରେ କଡା ନଜର ରହିବ । ଟ୍ୱିନ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଏଥିପାଇଁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ଏବଂ ନାକାବନ୍ଦୀ କରାଯିବ । ପାଟ୍ରୋଲିଂ ଦାୟିତ୍ୱରେ ଆଇଆଇସି, ଏସିପି, ଆଡିସନାଲ ଡିସିପି, ଡିସିପି ରହିବେ । ନିୟମ ଖିଲାପକାରୀ ବିରୋଧରେ ଘଟଣାସ୍ଥଳରେ ହିଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0