ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣଣ୍ଟାରେ ୨୧ ହଜାର ୮୨୧ କୋଭିଡ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୨୬ ହଜାର ୧୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ କରୋନା ଭାଇରସରେ ୨୧,୮୨୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୨,୬୬,୬୭୪ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୯୯ଜଣଙ୍କ ପ୍ରାଣହାନୀ ହୋଇଛି । ଦେଶରେ ଏବେ ଯାଏଁ ୧,୪୮,୭୩୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୬୦,୨୮୦ରେ ପହଁଞ୍ଚିଛି । ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ଦେଶରେ କରୋନାରୁ ୨,୫୭,୬୫୬ ଆକ୍ଟିଭ୍ କେସ୍ ରହିଛି । ଲଗାତର ଭାବେ କରୋନାର ଆକ୍ଟିଭ୍ କେସ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡଧରଣ ଅନ୍ତର ରହିଆସିଛି । ଯାହାଫଳରେ କି କରୋନା ବିରୋଧରେ ଚାଲିଥିବା ଲଢେଇକୁ ଜୋରଦାର ଭାବେ ଲଢୁଛନ୍ତି ଭାରତୀୟବାସୀ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0