spot_img

ମଡର୍ନା ଟିକାର ପ୍ରଥମ ଡୋଜ ନେଲେ କମଳା ହାରିସ୍

ୱାଶିଂଟନ: ମଡର୍ନା ଟିକାର ପ୍ରଥମ ଡୋଜ ନେଲେ କମଳା ହାରିସ୍ । ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍ ବୁଧବାର କୋଭିଡ୍ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି । ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ବଢାଇବା ପାଇଁ କମଳା ଭାକ୍ସିନ ନେବା ଦୃଶ୍ୟର ସିଧାପ୍ରସାରଣ କରାଯାଇଥିଲା । ହାରିସଙ୍କ ସହ ତାଙ୍କ ସ୍ୱାମୀ ଡଗ୍ ଏମହଫ୍ ମଧ୍ୟ ଏହି ଟିକା ନେଇଛନ୍ତି । ଗତ ୨୧ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ତାଙ୍କ ପତ୍ନୀ ଫାଇଜର ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular