spot_img

ଚିଲିକାରେ ବିଦେଶୀ ପକ୍ଷୀ ଶିକାରୀ ଗିରଫ, ୪ ମୃତ ପକ୍ଷୀ ଉଦ୍ଧାର

ଚିଲିକା: ଚିଲିକାରେ ବିଦେଶୀ ପକ୍ଷୀ ଶିକାର ବେଳେ ଧରା ପଡିଗଲା ଶିକାରୀ । ପକ୍ଷୀ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଶିକାରୀଠାରୁ ୪ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି । ଗିରଫ ଶିକାରୀ ଜଣକ ଟାଙ୍ଗୀ ଥାନା ଉଜୁଡା ଗୋପୀନାଥପୁର ଗାଁର ଜଗନ ପ୍ରଧାନ ।ଶିକାରୀ ଜଣକ ଚିଲିକାରେ ବିଦେଶୀ ପକ୍ଷୀ ଶିକାର କରି ଘରକୁ ଫେରୁଥିବା ବେଳେ ପକ୍ଷୀ ସୁରକ୍ଷା ବାହିନୀ ହାତରେ ଧରାପଡି ଯାଇଛନ୍ତି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଞ୍ଚଳର ବାଲିପାଟପୁର ଚିଲିକା କୂଳରୁ ଏହି ପକ୍ଷୀ ଶିକାରୀକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular