spot_img

ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ସ୍ଥାନାନ୍ତରକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ସ୍ଥାନାନ୍ତରକୁ ଅନୁମୋଦନ କରିଛନ୍ତି । ସେମାନଙ୍କୁ ଦେଶର ବିଭିନ୍ନ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି । ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି ଜିତେନ୍ଦ୍ର କୁମାର ମହେଶ୍ୱରୀଙ୍କୁ ସିକିମ, ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ କର୍ଣ୍ଣାଟକ, ସିକିମ ହାଇକୋର୍ଟର ବିଚାରପତି ଅରୁଣ କୁମାର ଗୋସ୍ୱାମୀଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସ୍ଥାନାନ୍ତର କରାଯାଇଛି । ଠିକ୍ ସେହିପରି କୋଲକତା ହାଇକୋର୍ଟର ଜଷ୍ଟିସ ଜୋମାଲିଆ ବାଗଚି ଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟର ପ୍ରଧାନ ବିଚାରପତି ଏବଂ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular