ନୂଆଦିଲ୍ଲୀ: କରୋନା ଟିକା କେମିତି ଦିଆଯିବ ସେନେଇ ଚାରି ରାଜ୍ୟରେ ମକ ଡ୍ରିଲ ବା ଡ୍ରାଏ ରନ ପରେ ଏବେ ସାରା ଦେଶରେ ଏହି ଡ୍ରାଏ ରନ ହେବ। କେନ୍ଦ୍ର ସରକାର ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଛନ୍ତି। ଜାନୁଆରୀ ୨ ଅପରାହ୍ନରେ ଡ୍ରାଏ ରନ କରିବାକୁ କହିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର କହିଛି। ଯେଉଁଠି ଏହି ମକ ଡ୍ରିଲ୍ ବା ଡ୍ରାଏ ରନ ହୋଇପାରିବ। ନିକଟରେ ଦେଶର ୪ ଟି ରାଜ୍ୟରେ ଡିସେମ୍ବର ୨୯ ଏବଂ ୩୦ ରେ ଡ୍ରାଏ ରନ ହୋଇଥିଲା। ଡ୍ରାଏ ରନର ଅର୍ଥ ହେଉଛି ଡାକ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଟିକାକରଣର ପ୍ରକ୍ରିୟାର ଅଭ୍ୟାସ କରିବା। ଏହାକୁ ଟିକାକରଣର ଏକ ମକଡ୍ରିଲ ବୋଲି ମଧ୍ୟ କହିହେବ। ସରକାର ଏହି ମକଡ୍ରିଲ ବାବଦରେ ଜାଣିବା ପାଇଁ କୋ-ୱିନ ନାମକ ଏକ ମୋବାଇଲ ଆପ ଉପରେ ଗୁରୁତ୍ୱ ଦେଉଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0