ରାଜନଗର: ରାଜନଗର ବିଧାୟକଙ୍କ ଦ୍ଵାରା ମାରାଥନ ଶିଳାନ୍ୟାସ । ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଦୋକାନ ଗୃହ ନିର୍ମାଣ ଏବଂ ରାଜନଗର OSDMA ରାସ୍ତା ଠାରୁ ରାଜନଗର ସେବା ସମବାୟ ସମିତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପଛ ପାର୍ଶ୍ବ ରାସ୍ତାର କଂକ୍ରୀଟ କରଣ ନିମନ୍ତେ ଶୁଭ ଶିଳାନ୍ୟାସ ହୋଇଯାଇଛି । ଏହି ଶିଳାନ୍ୟାସ ଉତ୍ସବରେ ରାଜନଗର ବିଧାୟକ,ବ୍ଲକ ବିଜେଡି ସଭାପତି,ସ୍ଥାନୀୟ ବିଡିଓ,ତହସିଲଦାର,ଚିଫ ମେଡିକାଲ ଅଫିସର ଏବଂ ରାଜନଗର ଥାନା ଅଧିକାରୀ ଉପସ୍ଥିତ ରହି ଶୁଭଶିଳାନ୍ୟାସ କରିଥିଲେ । ପରେ ପରେ ରାଜନଗର ମେଡିକାଲ ପରିସରରେ ବୁଲି ରୋଗୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ବିଧାୟକ l ରୋଗୀମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଔଷଧ ସଠିକ ଢଙ୍ଗରେ ଏବଂ ସଠିକ ସମୟରେ ପାଇପାରୁଛନ୍ତି କି ନାହିଁ ଏ ସମ୍ପର୍କରେ ଉପସ୍ଥିତ ଥିବା ରୋଗୀମାନଙ୍କ ଆତ୍ମୀୟ ସୋଯନଙ୍କ ସହିତ ଆଲୋଚନା କରିଥିଲେ l ପରେ ପରେ ଶୁଭ ଶିଳାନ୍ୟାସ ହୋଇଥିବା ଜାଗା ମାନଙ୍କରେ କିପରି ଭାବେ ବହୁତ ଶୀଘ୍ର କାମ ହୋଇପାରିବ ସେ ବିଷୟରେ ଆଲୋଚନା କହିଥିଲେ l ଏ ସମୟରେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଅଂଚଳ ବାସି ବିଧାୟକଙ୍କୁ ଅବଗତ କରାଇଥିଲେ l ବିଧାୟକଏହି ସମସ୍ୟାକୁ ଅଂଚଳବାସିଙ୍କ ଠୁ ଶୁଣିବା ପରେ ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0