ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ । ପ୍ରାୟ ଏକ ମାସ ଧରି କୃଷି ନିୟମକୁ ବିରୋଧ କରି ଚାଷୀମାନେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଆନ୍ଦୋଳନ କରିଥିଲେ । ଗୁରୁବାର ରାଜସ୍ଥାନର କୃଷକମାନେ ଅଲୱାରରେ ବ୍ୟାରିକେଡ୍ ଭାଙ୍ଗିଥିଲେ । ଏଥି ସହିତ ଶହ ଶହ ଟ୍ରାକ୍ଟର ଟ୍ରଲିକୁ ଜବରଦସ୍ତ ହରିୟାଣା ସୀମାକୁ ନିଆଯାଇଥିଲା । ଏହା ପରେ ପୁଲିସ ଚାଷୀଙ୍କ ଉପରକୁ ଲାଠି ଚାର୍ଜ କରିଥିଲା । ଫଳରେ ୩୦ ରୁ ୪୦ କୃଷକଙ୍କୁ ଗିରଫ କରାଯାଇଛି । ତେବେ ପରେ ପୋଲିସ ପ୍ରଶାସନ ଚାଷୀଙ୍କୁ ବଝାଇଥିଲା ଯୋଗୁଁ ପରିସ୍ଥିତି ସ୍ୱାଭାବିକ ହୋଇଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0