spot_img

ସିବିଏସଇ ବୋର୍ଡ ପରୀକ୍ଷା ମେ ୪ ରୁ ଜୁନ୍ ୧୦ ମଧ୍ୟରେ ଅନୁଷ୍ଠିତ ହେବ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆସନ୍ତା ମେ ୪ ରୁ ଜୁନ୍ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏବଂ ଏହାର ଫଳାଫଳ ଜୁଲାଇ ୧୫ ରେ ଘୋଷଣା କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଗୁରୁବାର ଦିନ ଘୋଷଣା କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀ ନିଶଙ୍କ ପୂର୍ବରୁ ଫେବୃଆରୀ ପର୍ଯ୍ୟନ୍ତ ବୋର୍ଡ ପରୀକ୍ଷା କରିବାକୁ ବାରଣ କରିଥିଲେ । ସାଧାରଣତଃ ପ୍ରତିବର୍ଷ, ଜାନୁଆରୀରେ ପ୍ରାକ୍ଟିକାଲ ପରୀକ୍ଷା କରାଯାଉଥିବା ବେଳେ ଫେବୃଆରୀରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହୋଇଥାଏ ଥିଓରୀ ପରୀକ୍ଷା । ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପାଇଁ ପରୀକ୍ଷା ପାଇଁ କିଛି ସ୍ପଷ୍ଟ ଚିତ୍ର ନଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular