ଭଞ୍ଜନଗର:କରୋନା ନିଜର କାୟା ବିସ୍ତାର କରି ଲୋକଙ୍କୁ ଆତଙ୍କିତ କରି ରଖିଛି । କାହାର କିଛି ଅସୁବିଧା ହେଲେ ଅନ୍ୟମାନଙ୍କ ଠାରୁ ଲୋକେ ନିଜକୁ ଦୂରେଇ ରଖୁଛନ୍ତି । ଏହି ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଗୋଦାରପଲ୍ଲୀରେ ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ଯାହା ହୃଦୟକୁ ଥରାଇ ଦେଇଛି । ଗଞ୍ଜାମ ଜିଲ୍ଲା ଗୋଦାରପଲ୍ଲୀ ଗାଁ ରେ ଗୋଟିଏ ଘରେ ମାଆ ଓ ପୁଅଙ୍କ ଶବ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡିରହିଥିଲା । ହେଲେ ଗାଁ ଲୋକେ କେହି ବି ଆସିନଥିଲେ ଶବ ଉଠେଇବାକୁ । ଶେଷରେ ଖବର ପାଇ ପ୍ରଶାସନ ପକ୍ଷରୁ ଦୁଇ ଶବ ଶ୍ମଶାନରେ ପୋତି ଦିଆଯାଇଥିଲା ।
ସୂଚନା ମୁତାବକ, ନରେନ୍ଦ୍ର ରାଉଲ ଏବଂ ତାଙ୍କ ମା ଜମ୍ବୁ ରାଉଳ କିଛି ଦିନ ହେବ ଜ୍ୱରରେ ପୀଡିତ ଥିଲେ । ଘରେ କେହି ନ ଥିବାରୁ ସେମାନଙ୍କ କଥା ବୁଝିବା କାହା ପକ୍ଷରେ ସମ୍ଭବ ହୋଇନଥିଲା । ଦୀର୍ଘ ଦିନ ଜ୍ୱରରେ ପିଡିତ ଥିବା ରୁ ଉଭୟ ମା’ ପୁଅଙ୍କ ମୃତ୍ୟୁ ହୋଇଥିଲା । କରୋନାର ଭୟରେ ସେମାନଙ୍କ ପାଇଁ ଚାରି କାନ୍ଧ ମିଳି ନଥିଲା । ଦୀର୍ଘ ସମୟ ଧରି ଶବ ପଡି ରହିବା ପରେ ପ୍ରଶାସନ ପକ୍ଷରୁ ଶବ ସତ୍କାର ପାଇଁ ପଦକ୍ଷେପ ନିଆଯାଇଥିଲା । ପରେ ଦୁଇ ଶବକୁ ଗୋଟିଏ ଶ୍ମଶାନରେ ପୋତି ଦିଆଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0