ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଯୋଗ୍ୟ କାଉନସିଲର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି । ଇଛୁକ ଆବେଦନକାରୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିଲେ ଆସନ୍ତା ୦୮ ଅଗଷ୍ଟ ୨୦୨୦ ପର୍ୟ୍ୟନ୍ତ ଆବେଦନ କରିପାରିବେ। ଶିକ୍ଷାରେ ପୋଷ୍ଟ ଗ୍ରାଜୁଏଟ୍ ହାସଲ କରିଥିବା ପାର୍ଥୀ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।
ଜରୁରୀ ତାରିଖ:
ଆବେଦନ କରିବାର ଶେଷ ତାରିଖ: ୦୮ ଅଗଷ୍ଟ ୨୦୨୦
ପଦବୀ ନାମ
କାଉନସିଲର: ୧ପଦ
ଶିକ୍ଷାଗତ ଯୋଗ୍ୟତା:
ଆବେଦନକାରୀଙ୍କ ପାଖରେ UGC ମାନ୍ୟତା ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏଟ୍/ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ବୟସ ସୀମା:
ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୬୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।
ଆବେଦନ ପ୍ରକ୍ରିୟା:
ଇଛୁକ ଆବେଦନକାରୀ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ପାଇଁ ନିର୍ଦ୍ଦାରିତ କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତା ୦୮ ଅଗଷ୍ଟ ମଧ୍ୟରେ ଆବେଦନ ପ୍ରକ୍ରିୟା ପୁରଣ କରିପାରିବେ।