୨୦୨୦ ଶେଷ ସମୟରେ ଭାରତୀୟ ଅର୍ଥନୀତିକୁ ଭଲ ଫାଇଦା ହୋଇଛି । ଦ୍ରବ୍ୟ ଏବଂ ସେବା କର ସଂଗ୍ରହ ଡିସେମ୍ବରରେ ସର୍ବକାଳୀନ ସର୍ବାଧିକ ୧.୧୫ ଲକ୍ଷ କୋଟିରେ ପହଞ୍ଚିଛି । ନୂଆ ବର୍ଷର ପ୍ରଥମ ଦିନରେ ସରକାର ଦେଶକୁ ଏହି ଖୁସି ଖବର ଦେଇଛନ୍ତି । ଲକଡାଉନ୍ ଖୋଲିବା ପରେ ଅର୍ଥନୀତି ପୁଣିଥରେ ଫେରି ଆସୁଛି ଏହା ଏକ ସୂଚକ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶର ଜିଏସଟି ରାଜସ୍ୱ ସଂଗ୍ରହ ଡିସେମ୍ବରରେ ୧,୧୫,୧୭୪ କୋଟି ଟଙ୍କା ରହିଛି । ଜିଏସଟିର ସମଗ୍ର ଇତିହାସର ଏହା ହେଉଛି ସର୍ବାଧିକ ମାସିକ ସଂଗ୍ରହ । ପ୍ରଥମ ଥର ପାଇଁ ଜିଏସଟି ଆକଳନ ୧.୧୫ ଲକ୍ଷ କୋଟି ଅତିକ୍ରମ କରିଛି । ଏହା ପୂର୍ବରୁ ଏପ୍ରିଲ ୨୦୧୯ ରେ ସର୍ବାଧିକ ଜିଏସଟି ସଂଗ୍ରହ ୧,୧୩,୮୬୬ କୋଟି ଟଙ୍କା ଥିଲା । ଏଥିରେ କେନ୍ଦ୍ର ସରକାରଙ୍କ ଜିଏସଟି ସଂଗ୍ରହ ୨୧,୩୬୫ କୋଟି ଏବଂ ରାଜ୍ୟ ଜିଏସଟି ୨୭,୮୦୪ କୋଟି ଟଙ୍କା ଥିଲା । ସେହିଭଳି ମୋଟ ଇଣ୍ଟିଗ୍ରେଟେଡ୍ ଜିଏସ୍ଟି ୫୭,୪୨୬ କୋଟି ଟଙ୍କା ଥିଲା, ଯେଉଁଥିରୁ ସେସ୍ ୮,୫୭୯ କୋଟି ଟଙ୍କା । ନଭେମ୍ବର ମାସ ପାଇଁ ମୋଟ ୮୭ ଲକ୍ଷ ଆଇଟି ରିଟର୍ଣ୍ଣ ଦାଖଲ କରାଯାଇଛି ।ଏହି ପରି ଭାବରେ, ଡିସେମ୍ବର ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ଜିଏସଟି ରାଜସ୍ୱ ଯଥାକ୍ରମେ ୪୪,୬୪୧ କୋଟି ଏବଂ ୪୫,୪୮୫ କୋଟି ଟଙ୍କା ଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0