spot_img

ଅଜଗର ଆଗରେ ହାର୍ ମାନିଲା ବାଘ, ଶେଷରେ ରାସ୍ତା ଛାଡିବାର ଭିଡିଓ ହେଉଛି ଭାଇରାଲ୍

ଆପଣମାନେ କେବେ ନା କେବେ ସିଂହ, ବାଘ ଏବଂ ଚିତାବାଘ ସିକାର କରୁଥିବାର ଭିଡିଓ ନିଶ୍ଚୟ ଦେଖିଥିବେ । କିନ୍ତୁ ଆପଣ କେବେ ଜଙ୍ଗଲରେ ବାଘ ଏବଂ ଅଜଗରକୁ ସାମ୍ନା-ସାମ୍ନି ଦେଖିଛନ୍ତି କି? ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣମାନେ ଦେଖିପାରିବେ ଜଙ୍ଗଲରେ ବାଘ ଏବଂ ଅଜଗର ପରସ୍ପରଙ୍କ ସାମ୍ନାରେ ଆସିଥିବାର ନଜର ଆସିଛନ୍ତି ।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଇଣ୍ଡିଆନ୍ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି । ଏହି ରୋମାଞ୍ଚକ ଭିଡିଓକୁ ସୁଶାନ୍ତ ନନ୍ଦା ସେୟାର କରିବା ସହ ଲେଖିଛନ୍ତି, “ବାଘ ଅଜଗରର ରାସ୍ତା ଛାଡିଦେଉଛି ।” ଏହି ଚମତ୍କାରୀ ଭିଡିଓ କର୍ଣ୍ଣାଟକର ନାଗରହୋଲ ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭର ବୋଲି ସୂଚନା ମିଳିଛି । ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ, ଜଙ୍ଗଲରେ ବାଘ ବୁଲୁଥିବା ସମୟରେ ରାସ୍ତାରେ ଅଜଗର ଶୋଇଥିବାର ନଜର ଆସିଛି । ଏହିସମୟରେ ଉଭୟ ପରସ୍ପରଙ୍କୁ ନିରେଖି ଦେଖିବା ପରେ ବାଘ ନିଜର ରାସ୍ତା ବଦଳାଇ ଦେଇଛି । ଯାହାର ଭିଡ଼ିଓ ହଜାର ହଜାର ଲୋକ ଦେଖିବା ସହ ଖୁବ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular